4 ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ । 5 ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ ।
Publicidade