3 ସେମନ୍ କଇବାଇ, ଆମେ କାଇକେ ଉପାସ୍ କଲୁନି ଆରି ତମେ କାଇକେ ଦେକାସ୍ ନାଇଁ ? ଆମେ କାଇକେ ଆମର୍ ନିଜର୍ ନିଜର୍ ଜିବନ୍କେ ଦୁକ୍ଦେଲୁନି ଆରି ତମେ କାଇକେ ମନ୍ ଦିଆସ୍ ନାଇ ? ଦେକା, ତମେମନ୍ ଉପାସ୍ ଦିନ୍ ନିଜର୍ ସୁକ୍ ପାଇବାକେ ଚେସ୍ଟା କଲାସ୍ନି ଆରି ବପୁରେ ସବୁ କସ୍ଟ କାମ୍ କଲାସ୍ନି । 4 ଦେକା, ତମେ ଲାଗାଜଡା ଆରି ମାଡ୍ଗଲର୍ ପାଇଁ, ଆରି କାରାପ୍ କାମ୍ କରୁର୍ ବିଦା ସଙ୍ଗେ ମାର୍ବାକେ ଉପାସ୍ କଲାସ୍ନି ; ତମର୍ ଆଉଲି ଅଇବାଟା ସରଗ୍ ଉପ୍ରେ ଜେନ୍ତିକି ସୁନା ଜାଇସି, ଏ ରକାମ୍ ଉପାସ୍ ରଇବାଟା ଆଜି ତମେ କରାସ୍ ନାଇଁ । 5 ଏ ରକାମ୍ ଉପାସ୍ , ନର୍ଜାତିର୍ ଜିବନ୍କେ କସ୍ଟ ଦେବାକେ ଏ ରକାମ୍ ଦିନ୍ , ଆମେ କାଇ ବାଚ୍ଲୁ ଆଚୁ ? ନାଲ୍ଲଗେ ରଇଲା ଗଚ୍ ପାରା ମୁଣ୍ଡକେ ନୁଆଁଇବାଟା , ସାନ୍ ବାସ୍ତା ଆରି ଚାର୍କେ ତଲେ ଅଚାଇ ଲାସ୍ନି ଏଟାକେ ତମେ ଉପାସ୍ ଆରି ସବୁବେଲର୍ ମାପ୍ରୁର୍ ଉଦେସେ କାଇ ନିମାନ୍ ଦିନ୍ ବଲିକରି କଇସା ? 6 ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍କେ କୁସ୍ଲାଇ ଦେବାଟା ଆରି ଜୁଆଡିର୍ ଡର୍କେ କୁସ୍ଲାଇବାଟା ଆରି ଚରାଇବା ଲକ୍ମନ୍କେ ମୁକ୍ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା,