9 ତାର୍ପଚେ ସେ କଇଲା, ଜାଆ ଆରି ସେ କୁଟୁମ୍କେ କୁଆ ତମେ ସତ୍ ବାବ୍ରେ ସୁନ୍ଲାସ୍ନି, ମାତର୍ ବୁଜାସ୍ ନାଇ ଦେକ୍ଲାସ୍ନି ମାତର୍ ନ ଦେକ୍ଲା ପାରା ଅଇଲାସ୍ନି। 10 ଏ ଲକ୍ମନ୍ ନିଜର୍ ନିଜର୍ ଆକିଟାନେ ଦେକି ଆରି ନିଜର୍ କାନେ ସୁନି ଆରି ନିଜର୍ ମନ୍ପରାନ୍କେ ବୁଜିକରି ମନ୍କେ ନ ବାଉଡାଇ କରି ଜେନ୍ତିକି ନିମାନ୍ ନ ଅଅତ୍, ସେଟାର୍ପାଇଁ ତମେ ସେମନର୍ ମନ୍ପରାନ୍କେ ନିମାନ୍ ନ କର୍ ସେମନର୍ କାନ୍କେ ବଇରା କର୍ ଆରି ସେମନର୍ ଆଁକିକେ ଡାବି ଦେସ୍।