10 ମୁଇଁ ସବୁବେଲର୍ ମାପ୍ରୁର୍ ଲଗେ ବେସି ସାର୍ଦା କର୍ବି; ମର୍ ମନ୍ପରାନ୍ ମର୍ ପର୍ମେସରର୍ ଲଗେ ସାର୍ଦା ଅଇସି, କାଇକେ ବଇଲେ ବିବା ଦାଙ୍ଗ୍ଡା ଜେନ୍ତିକି ସାଜ୍ବାଜ୍ ଅଇସି, ଆରି କନିଆ ଦାଙ୍ଗ୍ଡା ଜେନ୍ତିକି ନିଜ୍କେ ବିବା ଅଇବାବେଲେ ସଜାଇ ଅଇସି, ସେ ରକାମ୍ ସେ ଉଦାର୍ କର୍ବା ବସ୍ତର୍ ସଙ୍ଗ୍ ମକେ ପିନ୍ଦାଇ ଆଚେ ଆରି ସୁକଲ୍ ରାଜ୍ ବସ୍ତର୍ ମକେ ଡାବାଇ ଆଚେ ।
Publicidade