ପର୍ମେସର୍ ଜଗତ୍କେ ବିଚାର୍ କର୍ସି
1 ସବୁବେଲର୍ ମାପ୍ରୁ ଏନ୍ତାରି ବଲିକରି କଇଲା ଆଚେ, ସରଗ୍ ଅଇଲାନି ମର୍ ସିଆଁସନ୍ ଆରି ପୁର୍ତିବି ଅଇଲାନି ମର୍ ପାଦ୍ ସଙ୍ଗଇବା ଜାଗା; ତମେ ମର୍ ପାଇଁ କେନ୍ତାର୍ ରକାମର୍ ଗର୍ ମର୍ ପାଇଁ ତିଆର୍ କର୍ସା ? ଆରି କନ୍ ଜାଗା ମର୍ ବିସ୍ରାମ୍ କର୍ବା ଗର୍ ଅଇସି । 2 କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲା ଆଚେ; ମାତର୍ ଏ ଲକ୍ମନର୍ ପାଇଁ , କଇବାକେ ଗାଲେ ଜନ୍ ଲକ୍ମନ୍ ଦୁକ୍ରେ ଆଚତ୍ ଆରି ଦରମ୍ ଲକ୍ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍ପାଇଁ ମୁଇ ଦେକ୍ବି ।