ପର୍ମେସର୍ ଜିରୁସାଲାମ୍କେ ରକିଆ
1 ଜନ୍ ଲକ୍ମନ୍ ସାଇଜ ମାଗ୍ବାକେ ମିସର୍ ଦେସେ ଜିବାଇ ଆରି ତେଇର୍ ଗଡାମନ୍କେ ଆସା କର୍ବାଇ ଆରି ରତ୍ ବେସି ଅଇଲାକେ, ଆରି ଗଡା ଚାଲାଉମନ୍ ବେସି ବପୁ ଅଇ ଆଚତ୍ ସେଟାର୍ ପାଇଁ ସେମନର୍ ଉପ୍ରେ ବିସ୍ବାସ୍ କର୍ବାଇ ; ମାତର୍ ଇସ୍ରାଇଲର୍ ସୁକଲ୍ ମାପ୍ରୁକେ ନ ଦେକତ୍, କି ସବୁବେଲର୍ ମାପ୍ରୁର୍ ବାଟେ ନ ଇଣ୍ଡତ୍, ସେମନ୍ ଅବିସାପର୍ ଲକ୍! 2 ଅଇଲେମିସା ସେ ବୁଦି ଗିଆନର୍ ଲକ୍ ଆରି ସେ ଅମଙ୍ଗଲ୍ ଗଟାଇସି, ଆରି ତାର୍ କାତାକେ ବେକାର୍ ନ କରେ ମାତର୍ ସେ କାରାପ୍ କାମ୍ କର୍ବା ଲକର୍ ବଁସର୍ ବିରୁଦେ ଆରି ଅଦରମ୍ କର୍ବା ଲକ୍କେ ସାଇଜ କର୍ବାକେ ଟିଆ ଉଟ୍ସି ।