10 ଦେକା, ସବୁବେଲର୍ ମାପ୍ରୁ ପର୍ମେସର୍ ସାସନ୍ କର୍ବାକେ ବପୁ ସଙ୍ଗ୍ ଆଇଲାନି ଆରି ତାର୍ ବପୁ ସଙ୍ଗ୍ ସାସନ୍ କର୍ସି; ଆରି ତାର୍ ସଙ୍ଗ୍ ପୁରୁସ୍କାର୍ ମିସା ଆନ୍ଲାନି, ସେ ଇସାବେ ସେ ଲକ୍ମନ୍କେ ପୁରୁସ୍କାର୍ ଦେଇସି । 11 ସେ ମେଣ୍ଡା ଚାରାଉ ଗଉଡ୍ ପାରା ତାର୍ ଲକ୍ମନ୍କେ ଚାରାଇସି, ସାନ୍ ମେଣ୍ଡାମନ୍କେ ନିଜର୍ ବୁକେ ପାଟାଲି କରି ଦାର୍ସି ଆରି ନିଜର୍ କନ୍ଦେ ସେମନ୍କେ ବଇ ନେଇସି, ଆରି ଦୁଦ୍ କାଇବା ସାନ୍ ମେଣ୍ଡା ପିଲାମନ୍କେ ଦିରେ ଦିରେ କରି ବୁଲାଇ ଆନ୍ସି ।