28 ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ । 29 ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି । 30 ବେଣ୍ଡିଆ ଲକ୍ମନ୍ ତାକ୍ବାଇ, ଆରି ଦାଙ୍ଗ୍ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। 31 ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।