ପର୍ମେସର୍ ଉଦାର୍ କର୍ବା ପର୍ମାନ୍
1 ମାତ୍ର ଏ ଜାକୁବ୍, ଜେ ତକେ ତିଆର୍ କଲା, ଏ ଇସ୍ରାଏଲ୍, ଜେ ତକେ ଗଡ୍ଲା ଆଚେ, ସେ ସବୁ ବେଲ୍ର ମାପ୍ରୁ ଏବେ ଏ କାତା କଇଲାଇନି; ଡରା ନାଇ, କାଇକେ ବଇଲେ ମୁଇ ତମ୍କେ ମୁକ୍ଲାଇ ଆଚି; ମୁଇ ତୁମ୍ର ନାଉଁ ଦାରି ତମ୍କେ ଡାକ୍ଲି ଆଚି, ତମେ ମର୍ ଲକ୍ ।
2 ତମେ ପାନି ଲଗେ ଗାଲାବେଲେ ମୁଇ ତମ୍ର ସଙ୍ଗ ରଇବାଇ ଆରି ସମ୍ଦୁରେ ଗାଲା ବେଲେ ସେ ତମ୍କେ ବୁଡାଇ ନାପାରେ; ତୁମେ ଜଇତେଇ ଗାଲାବେଲେ ଜଇ ନ ଲାଗେ ଜଇଆଲା ତମ୍କେ କାଇଟା କରିନାପାରେ ।
3 କାଇକେ ବଇଲେ ମୁଇ ସବୁବେଲ୍ ମାପ୍ରୁ, ତମର୍ ପରମେସ୍ର, ଇସ୍ରାଇଲ୍ର ସୁକଲ୍ ସବୁବେଲର୍ ମାପ୍ରୁ, ତମ୍କେ ଉଦାର୍ କର୍ବା ପରମେସ୍ର; ମୁଇ ତମର୍ ମୁକ୍ତିର୍ ବାଦୁଲ୍ ପାରା ମିସର୍ ଦେସ୍ ଆରି ମନ୍ ବାଦ୍ଲାଇବା ବାଦୁଲେ କୁସ୍ ଆରି ସିବା ଦେସ୍ ଦେଇ ଆଚି ।