ସବୁବେଲେ ସାନ୍ତି ରଇବା ନିଅମ୍
1 ଏ ବାଞ୍ଜିମାଇଁଜି, କେବେ ମିସା ପିଲା ଜନମ୍ ନ ଦେଇରଇବା ମାଇଜିମନ୍, ତମେ ଗିତ୍କୁଆ, ଆରି ଜନମ୍ କଲାବେଲର୍ ଦୁକା ଅଇଲେ, ତମେ ଆଉଲି ଅଇ କରି ଗିତ୍କଇ ସାର୍ଦା କରା, କାଇକେବଇଲେ ସବୁବେଲର୍ ମାପ୍ରୁ କଇଲାନି, ବିବା ଅଇଲା ମାଇଁଜିର୍ ପିଲାମନର୍ ତେଇଅନି ଟୁରାଟୁରି ପିଲାଜିଲା ଅଦିକ୍ ।