1 ଏ ସସ୍ ଲାଗ୍ବା ଲକ୍ମନ୍, ତମେ ପାନି ଲଗେ ଆସା, ଆରି ଜାକେ ମୁଲ୍କେ ଡାବୁନାଇଁ, ସେ ଆସ; ତମେ ଆସା, ଗେନା ଆରି କାଆ; ଉଁ, ଆସା, ଡାବୁକାସୁ ନଇଁତେ ଅଙ୍ଗୁର୍ ରସ୍ ଆରି ଦୁଦ୍ ଗେନା । 2 ନ କାଇବା ଜିନିସର୍ ପାଇଁ କାଇକେ ଡାବୁ କର୍ଚ କଲାସ୍ନି ? ଆରି ଜାଇଟା ମନ୍ ପୁରେନାଇଁ, ସେଟାର୍ପାଇଁ କାଇକେ ତମେ କସ୍ଟ ସଙ୍ଗ୍ କାମ୍ କଲାସ୍ନି? ମନ୍ଦେଇ କରି ଆମର୍ କାତା ସୁନା ଆରି ନିମାନ୍ ଜିନିସ୍ କାଆ ଆରି ଗାଗଡ୍ ଅଇବା କାଦି କାଇ ତମର୍ ଜିବନ୍କେ ସାନ୍ତି ଅଇବାକେ ଦିଆସ୍ । 3 କାନ୍ ଡେରା ଆରି ଆମର୍ ଲଗେ ଆସା; ସୁନା, ତାର୍ପଚେ ତମର୍ ଜିବନ୍ ବଁଚ୍ସି; ଅରି, ଆମେ ତମର୍ ସଙ୍ଗ୍ ଗଟେକ୍ ସବୁବେଲେ ରଇବା ନିଅମ୍, ଆରି, ଦାଉଦର୍ ପାଇଁ ସତ୍ସଙ୍ଗ୍ ଦୟା ବିଚାର୍ କର୍ସି । 4 ଦେକା, ଆମେ ତାକେ ଗସ୍ଟିମନର୍ ସାକି ରକାମ୍, ଗସ୍ଟିର୍ ମୁକିଆ ଆରି ଆଦେସ୍ଦେଉ ରକାମ୍ ବାଚିଆଚୁ । 5 ଦେକା, ଜନ୍ ଗସ୍ଟିକେ ତମେ ନାଜାନାସ୍, ତାକେ ତମେ ଡାକ୍ସା ଆରି ଜନ୍ ଗସ୍ଟି ତମ୍କେ ନାଜାନେ, ସେ ତମର୍ ଲଗେ ପାଲାଇ ଆଇସି, ସବୁବେଲର୍ ମାପ୍ରୁ ତମର୍ ପର୍ମେସରର୍ ଆରି ଇସ୍ରାଏଲର୍ ଦରମ୍ ରକାମର୍ ପାଇଁ ଏଟା ଗଟ୍ସି; କାଇକେ ବଇଲେ ସେ ତମ୍କେ ମଇମା କରିଆଚେ । 6 ଜନ୍ଜାକ ସବୁବେଲର୍ ମାପ୍ରୁର୍ ଚିନ୍ ମିଲ୍ସି ସେତ୍କି ଜାକ ତମେ ତାକେ କଜା, ଜନ୍ଜାକ ସେ ଲଗେଆଚେ, ସେ ଜାକ ତାର୍ ଲଗେ ପାର୍ତନା କରା ।
Publicidade
Isaías 55
ପର୍ମେସରର୍ ଆସିର୍ବାଦ୍
Veja também
Publicidade