10 କାଇକେବଇଲେ ଜେନ୍ତାର୍ ବର୍ସା ଆରି ଦୁଉଁରି ଆକାସେ ଅନି ତଲେ ଆଇସି ଆରି ସିତି ବାଉଡି ନ ଜାଏ, ମାତର୍ ବୁଇଁକେ ସିତ୍ଲି କର୍ସି, ଆରି ତାକେ ପଲ୍ପୁଲ୍ ଆରି ଗାଁସ୍ସବୁ ଉବ୍ଜାଇସି, ଆକାସେ ଉଡ୍ବା ଚଡଇ ମନ୍କେ କାଇବାକେ ମୁଞ୍ଜି ଉବ୍ଜାଇବାକେ ସାଇଜ କର୍ସି ଆରି ଲକ୍ମନର୍ ପାଇଁ କାଦି ଜାଗାଇସି । 11 ମର୍ ଟଣ୍ଡେଅନି ବାରଇବା ବାକିଅ ସେନ୍ତାର୍ ଅଇସି; ସେଟା ମିଚ୍ ନ ଅଇତେ ଆମର୍ ଲଗେ ବାଉଡି ନ ଆସେ, ମାତର୍ ଆମେ ଜାଇଟା ଇଚାକର୍ବୁ, ସେଟା ସିଦ୍ କର୍ସି ଆରି ଜନ୍ କାମର୍ ପାଇଁ ଆମେ ପାଟାଇବୁ, ସେଟା ସପଲ୍ ଅଇସି ।
Publicidade