ଇସ୍ରାଏଲର୍ ମଇମା
1 ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍ଲା ଆରି ସବୁବେଲର୍ ମାପ୍ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ । 2 କାଇକେ ବଇଲେ, ଦେକା, ଆନ୍ଦାର୍ ପୁର୍ତିବିକେ ଡାବି ଆଚେ ଆରି ବିଙ୍ଗ୍ ଆନ୍ଦାର୍ କୁଟୁମ୍କେ ଡାବି ଆଚେ; ମାତର୍ ତମର୍ ଉପ୍ରେ ସବୁବେଲର୍ ମାପ୍ରୁ ଦେକା ଅଇସି ଆରି ତାର୍ ଉଜଲ୍ ତମର୍ ଲଗେ ଡିସ୍ସି । 3 ଆରି, ଅଲ୍ଗା ଦେସର୍ କୁଟୁମ୍ ଆରି ରାଜାମନ୍ ତମର୍ ବେଲ୍ ଉଦ୍ଲା ଉଜଲ୍ ଲଗେ ଆଇବାଇ ।