6 କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି। 7 ତାର୍ ସାସନ୍ ବଡି ଜାଇସି ଆରି ସାନ୍ତି କେବେ ନ ସାରେ, ସେ ଦାଉଦ୍ ରାଜାର୍ ସିଆଁସନେ ଆରି ତାର୍ ରାଇଜେ ରଇକରି ବଲ୍ମନ୍ଦ୍ ବିଚାର୍ ଆରି ଦରମ୍ ସଙ୍ଗେ ଏ ଅଲପର୍ ଟାନେ ଅନି ସାରାସାରି କାଲ୍ ଜାକ ସେଟା ତିର୍ଅଇ ଆରି ଡାଟ୍ କର୍ସି । ସବୁର୍ ତେଇ ଅନି ଉପ୍ରେ ରଇଲା ସବୁବେଲର୍ ମାପ୍ରୁର୍ ଆଲାଦ୍ ସିଦ୍ କର୍ସି।
Publicidade