କରସ୍କେ ମାପ୍ରୁ ବାଚ୍ଲା
1 ସବୁବେଲର୍ ମାପ୍ରୁ ତାର୍ ଅବିସେକ୍ କଲା ଲକର୍, କଇବାକେ ଗାଲେ କରସର୍ ବିସଇରେ ଏ କାତା କଇଲାନି, ମୁଇଁ ତାର୍ ମୁଆଟେ ବିନ୍ବିନ୍ ଗସ୍ଟିକେ ଜୁଇଦ୍ ଲଗେ ଅନି ଆରାଇବାକେ ତାର୍ ଉଜା ଆତ୍ ଦାରିଆଚି ଆରି ମୁଇଁ ରାଜାମନର୍ ଆଁଟାବେଡାକେ ଡିଲା କର୍ବି; ମୁଇଁ ତାର୍ ମୁଆଟେ କାପାଟ୍ ସବୁ ଉଗାଡ୍ବି ଆରି ନଗରର୍ କାପାଟ୍ ଡାବି ଅଇକରି ନ ରଏ;