15 ତାର୍ପଚେ ସବୁବେଲର୍ ମାପ୍ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍କେ ପାସ୍ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍କେ ନ ପାସ୍ରି । 16 ଦେକା, ଆମେ ଆମର୍ ଆତର୍ ପାପୁଲି ଟାନେ ତମର୍ ବାନିମୁର୍ତିକେ ଲେକି ଆଚି; ତମର୍ ଚାରି ବେଟ୍ତି ପାଚୁରି ପାରା ଜାଗିକରି ଆଚି।
Publicidade