21 ନିଜର୍ ବିସଇରେ ସବୁବେଲର୍ ମାପ୍ରୁ କଇଲାନି, ସେମନର୍ ସଙ୍ଗ୍ ଆମର୍ ରାଜିନାମା ଅଇଲାନି ଏଟା, ମର୍ ଜନ୍ ଆତ୍ମା ତମର୍ ଉପ୍ରେ ବାସା ଅଇସି ଆରି ମର୍ ଜନ୍ ସବୁ ବାକିଅ ମୁଇଁ ତମର୍ ମୁଆଟେ ସଙ୍ଗଇ ଆଚି, ସେଟା ତମର୍ ମୁଆଟେ ଅନି ଆରି ତମର୍ ବଁସର୍ ମୁଆଟେ ଅନି ଆରି ତମର୍ ବଁସର୍ ଜନମ୍ ଜାତ୍ ଅଇଲା ଲକ୍ମନର୍ ଲଗେ ଅନି ସବୁଦିନର୍ ପାଇଁ ରଇସି କେବେ ଦୁର୍ କରି ନ ଦେଏ, ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲନି ।
Publicidade