ନୁଆଁରେ ତିଆର୍ ଅଇବାଟା
17 କାଇକେ ବଇଲେ ଦେକା, ମୁଇଁ ନୁଆ ଆକାସ୍ ମଣ୍ଡଲ୍ ଆରି ନୁଆଁ ପୁର୍ତିବିକେ ତିଆର୍ କର୍ବି ଆରି ପୁରୁବ୍ କାଲର୍ ବିସଇ ସବୁ ଏତାଇ ନ ଅଏ; କି ମନେ ଏତ୍ ନ ଆସେ । 18 ମାତର୍ ଜାଇଟା ମୁଇଁ ତିଆର୍ କର୍ବି, ତମେ ସବୁବେଲେ ସାଇସାର୍ଦା ଅଇକରି ସାର୍ଦା ଉଆ; କାଇକେ ବଇଲେ ଦେକା, ମୁଇଁ ଜିରୁସାଲମ୍କେ ସାର୍ଦା ପାରା ଆରି ତେଇର୍ ଲକ୍ମନ୍କେ ସାର୍ଦାର୍ ଲକ୍ ପାରା କରି ତିଆର୍ କର୍ବି । 19 ଆରି, ମୁଇଁ ଜିରୁସାଲାମେ ସାର୍ଦା କର୍ବି ଆରି ମର୍ ଲକ୍ମନର୍ ସାର୍ଦା କର୍ବି; ଆରି, ତେଇ ମାରିଚପି ଅଇ କାନ୍ଦ୍ବା ସବଦ୍, କି କାନ୍ଦ୍ବା ସବଦ୍ ମିସା ସୁନା ନ ଜାଏ ।