1 ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ; 2 ସବୁବେଲର୍ ମାପ୍ରୁର୍ ଆଇବା ଦିନ୍ ଆରି ଆମର୍ ପର୍ମେସରର୍ ବାଦ୍ଲା ନେବା ଦିନର୍ ବିସଇରେ ଜାନାଇବାକେ; ଦୁକର୍ ଲକ୍ମନ୍କେ ସାନ୍ତନା ଦେବାକେ; 3 ସିଅନର୍ ଦୁକର୍ ଲକର୍ ପାଇଁ ଜଜ୍ନା କର୍ବାକେ, କୁରୁପ୍ନାସ୍ ଅଇବା ବାଦୁଲେ ଉଦାର୍ ପାଇବାକେ , ଦୁକର୍ ବାଦୁଲେ ସୁକ୍ ପାଇବାକେ , ମନ୍ଉନା କରି ରଇବା ଆତ୍ମାର୍ ବାଦୁଲେ ଚଚଁଲ୍ ଅଇକରି ରଇବା ବସ୍ତର୍ ଦେବାକେ ସେ ମକେ ପାଟାଇଲା ଆଚେ; ତାର୍ ପଚେ ସବୁବେଲର୍ ମାପ୍ରୁ ଜେନ୍ତାରି କି ମଇମା ପାଇସି, ସେଟାର୍ ପାଇଁ ସେମନ୍ ପର୍ମେର୍ ବାଡେ ନିଜେ ରପ୍ଲା ଗଚ୍ ପାରା ଉଡ୍ରା ଅଇବାଇ ।
Publicidade
Isaías 61
ମୁକ୍ତି ପାଇବା ସୁବ୍କବର୍
Veja também
Publicidade