ଇସ୍ୱର୍ ରଃକ୍ୟା କଃରୁକେ ସଃୟ୍ତ୍
1 ମଃତର୍ ହେଁ ଜାକୁବ, ଜେ ତକେ ଉବ୍ଜାଣ୍କଃଲା, ହେଁ ଇସ୍ରାଏଲ୍ ଜେ ତକେ ଗଃଳ୍ଲା, ସେ ଇସ୍ୱର୍ ଅଃବେ ଇ କଃତା କଃଉଁଲା; ଡିର୍ନାୟ୍, କାୟିତାକ୍ ବଃଲେକ୍ ମୁଁୟ୍ ତକେ ମୁକ୍ତ୍ କଃରି ଆଚି; ମୁଁୟ୍ ତକେ ନାଉ ଦଃରି ତକେ କୁଦି ଆଚି, ତୁୟ୍ ମର୍। 2 ତୁୟ୍ ଜାଣାୟି ଅୟ୍ଜାତାବଃଳ୍ ମୁଁୟ୍ ତର୍ ସଃଙ୍ଗ୍ ଅୟିନ୍ଦ୍ ଗାଡ୍ ଜଳି ଅୟ୍ଗଃଲେକ୍, ସେରିମଃନ୍ ତକେ ବୁଡାୟ୍ ନଃକେରେ; ତୁୟ୍ ଜୟ୍ବିତ୍ରେ ଅୟ୍ଜାତାବଃଳ୍ ହଡି ନଃକେରେ, କି ଜୟ୍ଦାଗ୍ ନଃହାୟ୍। 3 କାୟିତାକ୍ ବଃଲେକ୍ ଇସ୍ୱର୍ ତର୍ ଇସ୍ୱର୍ ମୁଁୟ୍, ଇସ୍ରାଏଲାର୍ ଦଃର୍ମି ଇସ୍ୱର୍, ତର୍ ମୁକ୍ତିକାରି; ମୁଁୟ୍ ତର୍ ମୁକ୍ତିର୍ ମୁଲ୍ହର୍ ମିସର୍ ଆର୍ ତର୍ ହାଁୟ୍ କୁସ୍ ଆର୍ ସିବା ଦେସ୍ ଦଃୟ୍ଆଚି।