6 ମୁୟ୍ ଉତୁର୍ଦିଗେ ହୁଣି କୟ୍ନ୍ଦ୍, ଚାଡି ଦିଆସ୍ ଆର୍ ଦକିଣ୍ଦିଗେ ହୁଣି କୟ୍ନ୍ଦ୍, ତେବାୟ୍ ରଃକାନାୟ୍; ମର୍ ହିଲାମଃନ୍କେ ଦୁରି ହୁଣି ମର୍ ଜିଇ ମଃନ୍କେ ହୁର୍ତିବି ସେସ୍ ଟାଣେ ହୁଣି ଆଣି ଦିଆ। 7 ମର୍ ନାଉଁୟେ ଡାକ୍ହୁଟା ଆର୍ ମୁଁୟ୍ ଜାକେ ମର୍ ଜଃଜ୍ମାନ୍ ଗିନେ ତିଆର୍ କଃରିଆଚି; ଇ ହର୍ ହଃତି ଲକେ ଆଣା; ମୁଁୟ୍ ତାକେ ହାଜିଆଚି; ହେଁ ମୁଁୟ୍ ତାକେ ତିଆର୍ କଃରିଆଚି।