1 ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ; 2 ସେ ସଃମୟ୍ ଆସି ଆଚେ ବଃଲି ପର୍ଚାର୍ କଃରୁକେ ସେମକେ ହଃଟାୟ୍ ଆଚେ; ଅଃମିମଃନାର୍ ଇସ୍ୱର୍ ସେ ତାର୍ ସଃତ୍ରୁମଃନ୍କେ ଆରାୟ୍ଦ୍ ଆର୍ ତାର୍ ଲକ୍ମଃନ୍କେ ରଃକ୍ୟା କଃରେଦ୍ ସେ ଜୁୟ୍ମଃନ୍ ରଃଦନ୍ କଃରୁଲାୟ୍ ସେମଃନ୍କେ ବୁଜାଉଁକେ ସେ ମକେ ହଃଟାୟ୍ ଆଚେ। 3 ସିୟନାର୍ ରଃଦନ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃରୁକେ, ବଃଲେକ୍ ଚାର୍ ବାଦୁଲେ, ଦୁକାର୍ ବାଦୁଲେ ସୁକ୍ ନିରାସ୍ ଆତ୍ମା ବାଦୁଲେ ସଃର୍ଦାର୍ ବଃସ୍ତର୍ ଦେଉଁକେ ସେ ମକେ ହଃଟାୟ୍ଆଚେ; ଇସ୍ୱର୍ ଜଃନ୍କଃରି ଜଃଜ୍ମାନ୍ ହାୟ୍ଦ୍ ଇତାର୍ଗିନେ ସେମଃନ୍ ଦାର୍ମିକ୍ ରୁହାର୍ ଗଃଚ୍ ଆର୍ ତାର୍ ବଗିଚା ବଃଲି ଡାକ୍ହୁଟ୍ତି।
Publicidade
Publicidade