12 ଇତାକେ ମୁଁୟ୍ ନାମର୍ତାର୍ ସଃକ୍ତିର୍ ବିତ୍ରାର୍ ତଃୟ୍ ତାକେ ବାଗ୍ ଦଃୟ୍ନ୍ଦ୍ ସେ ସଃକ୍ତିର୍ ମଃନାର୍ ତଃୟ୍ ସେ ନିଜାର୍ ଇଚାୟ୍ ତାର୍ ଜିବନ୍ ଦିଲା ଆର୍ ଅଃଦଃର୍ମି ମଃନାର୍ ସଃଙ୍ଗ୍ ଗଃଣିତା ଅୟ୍ଲା, ଅୟିଲେକ୍ ହେଁ ସେ ଅଃନେକ୍ ଲକାର୍ ହାହାର୍ ବଜ୍ ବୟ୍ଲା ଅଃଦଃର୍ମି ମଃନାର୍ ଗିନେ ପାର୍ତନାକଃଲା।