3 ସେ ନଃଜାଣ୍ତାର୍ ଆର୍ ନଃଚ୍ଲାର୍; ଦୁକି ଲକ୍ ଆର୍ ଚିନା ନୟ୍ଲାର୍, ଆର୍ ମାନାୟ୍ମଃନ୍ ତାର୍ ତଃୟ୍ ହୁଣି ମୁଁ ଡାହ୍ତି; ଇ ହର୍ ଲକ୍ ଅୟି ନଃଜାଣ୍ଲାର୍ ଅୟ୍ଲା ଆର୍ ଅଃମିମଃନ୍ ତାକେ ନଃମାନ୍ଲୁ। 4 ବାୟ୍ଦ୍ରେ ସେ ଅଃମିମଃନାର୍ କଃସ୍ଟ ହାୟ୍ଁ ଆଚେ ଆର୍ ଅଃମିମଃନାର୍ ଦୁକା ସଃବୁ ବୟ୍ ଆଚେ। ଅୟିଲେକ୍ ହେଁ ଅଃମିମଃନ୍ ତାକେ ମାଡ୍ ଅୟ୍ଲାର୍ ଇସ୍ୱର୍ ତାକେ ମାର୍ଲାର୍ ଆର୍ ଦୁକ୍ ହାୟ୍ଲାର୍ ବଃଲି ବୁଜ୍ଲୁ। 5 ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ।